ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୃଦ୍ଧ ମାତା-ପିତାଙ୍କ ସେବା ନ କଲେ ସରକାରୀ ଚାକିରିଆଙ୍କ ଦରମାର ୧୦ ପ୍ରତିଶତ କଟିବ। ଆସାମ ସରକାର ଏକ ନୂଆ ଆଇନ ଅନୁମୋଦନ କରିଛନ୍ତି।

ଆସାମରେ ୨ଅକ୍ଟୋବରରୁ ନୂଆ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ବୃଦ୍ଧ ପିତା ମାତା ଅଥବା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଦାୟିତ୍ୱ ନ ନିଅନ୍ତି ତେବେ ତାଙ୍କ ଦରମାର ୧୦ପ୍ରତିଶତ କାଟି ନିଆଯିବ।

ଯଦି ଦିବ୍ୟାଙ୍ଗ ଭଉଣୀ-ଭାଇଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁହେବ। କଟିଥିବା ଅର୍ଥ ମାତା-ପିତା ଏବଂ ଦିବ୍ୟାଙ୍ଗ ଭଉଣୀ-ଭାଇଙ୍କ ଆକାଉଣ୍ଟ୍‌ରେ ଜମା ହେବ ବୋଲି ସରକାର କରିଛନ୍ତି।

ଆଶ୍ରିତ ମାତା-ପିତା ଓ ଦିବ୍ୟାଙ୍କ ଭଉଣୀ-ଭାଇଙ୍କର ଆୟର ଅନ୍ୟ କୌଣସି ଉତ୍ସ ନ ଥିଲେ ଏହି ଆଇନ ଲାଗୁହେବ। ଏହାକୁ ନେଇ ମାତା-ପିତା ଓ ଦିବ୍ୟାଙ୍କ ଭଉଣୀ-ଭାଇମାନେ ଖୁସିଥିବାବେଳେ କର୍ମଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

୨୦୧୭ରେ ବିଧାନସଭା ଅଭିଭାବକ ଦାୟିତ୍ୱ ନିୟମ ବିଧେୟକ ପାରିତ ହୋଇଥିଲା। ଏହି ବିଧେୟକକୁ ମଞ୍ଜୁରୀ ମିଳି ଯାଇଛି। ଏଭଳି ଆଇନ ଲାଗୁ କରିବା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ସ୍ଥାନିତ ହୋଇଛି।

ସରକାରୀ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଠିକ୍‍ ଭାବେ ରକ୍ଷଣାବେକ୍ଷଣ କରନ୍ତୁ ଏଭଳି ଆଇନ ଗଠନର ମୂଳ ଉଦ୍ଦେଶ୍ୟ। ଆସାମ ସରକାରଙ୍କ ଏଭଳି ପଦକ୍ଷେପକୁ ଆସାମର ବୟୋଜେଷ୍ଠ ନାଗରିକ ସ୍ୱାଗତ କରିଥିବାବେଳେ ସରକାରୀ କର୍ମଚାରୀ ଏଭଳି ଆଇନ ଜଣେ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ବୋଲି ମତ ରଖିଛନ୍ତି। ଏପରିକି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏଭଳି ଆଇନ ଅହମୀୟ ସମାଜ ପ୍ରତି ଅପମାନ କହିଛନ୍ତି।

Comment