ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିରୋଧରେ ଖେଳାଯାଉଥିବା ୫ଟି ଟେଷ୍ଟର ପ୍ରଥମ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଇଂଲଣ୍ଡ ବିରୋଧରେ ପ୍ରଥମ ଟେଷ୍ଟରେ ହାରିଯାଇଛି ଭାରତ। ଏହି ଟେଷ୍ଟ ବିଜୟର ଦ୍ଵାରଦେଶରେ ଥିବା ଭାରତୀୟ ଦଳ ଦାୟିତ୍ଵହୀନ ବ୍ୟାଟିଂ ଫଳରେ ଇଂଲଣ୍ଡଠାରୁ ୩୧ ରନ୍‌ରେ ପରାସ୍ତ ହୋଇଛି।

ଭାରତ ୧୯୪ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୩୧ ରନ୍‌ରେ ଜିତିବା ସହ ସିରିଜକୁ ୧-୦ରେ ଅଗ୍ରଣୀ ଲାଭ କରିଛି।

ଚତୁର୍ଥ ଦିନରେ ଭାରତ ୫-୧୧୦ ରନ୍‌ରୁ ବ୍ୟାଟିଂ କରିଥିବା ବେଳେ ମାତ୍ର ୫୨ ରନ୍‌ରେ ଶେଷ ୫ଟି ଓ୍ଵିକେଟ୍‌କୁ ହରାଇଥିଲା। କୋହଲି ଶୁକ୍ରବାରଦିନ ୮ ରନ୍‌ ଓ ଦିନେଶ କାର୍ତ୍ତିକ ୨ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ଏକ ପ୍ରକାର ପରାଜିତ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଚୌକା ସହାୟତାରେ ୩୧ ରନ୍‌ ଯୋଡ଼ି ଦଳକୁ ବିଜୟ ଦେବାର ଆଶା ରଖିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ପୂରା ହୋଇ ପାରି ନାହିଁ।

ମହମ୍ମଦ ସାମି କୌଣସି ରନ୍‌ ନକରି ଫେରିଥିବା ବେଳେ ଈଶାନ୍ତ ଶର୍ମା ୧୧ ରନ୍‌ ସଂଗ୍ରହ କରିଥିଲେ। ଶେଷ ବ୍ୟାଟସ୍‌ମ୍ୟାନ ଉମେଶ ଯାଦବ ୮ଟି ବଲ ସମ୍ମୁଖୀନ ହୋଇ କୌଣସି ରନ୍‌ କରି ନଥିଲେ।

ଭାରତ ୧୧୨ ରନ୍‌ରେ କାର୍ତ୍ତିକଙ୍କ ଓ୍ଵିକେଟ ହରାଇଥିଲ। ସେହିଭଳି ୧୪୧ ରନ୍‌ରେ କୋହଲି ଓ ମହମ୍ମଦ ସାମିଙ୍କୁ ହରାଇବା ପରେ ଇଂଲଣ୍ଡର ମନୋବଳ ବଢ଼ି ଯାଇଥିଲା। ୧୫୪ ରନ୍‌ରେ ଈଶାନ୍ତ ଶର୍ମା ଆଉଟ୍‌ ହୋଇଥିଲେ।

Comment