ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି:  କଂଗ୍ରେସରୁ ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲାର ବରିଷ୍ଠ ନେତା ଗଙ୍ଗାଧର ବୁରୁଦା। ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ଓ ତାଙ୍କ ପୁଅ ଶରତ ବୁରୁଦାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦଳରୁ ନିଲମ୍ବିତ କରାଯାଇଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।

ସେ ଦୀର୍ଘ ୪ ଦଶନ୍ଧି ଧରି କଂଗ୍ରେସରେ ରହିଥିଲେ। ତିନି ଥର ମାଲକାନଗିରି ବ୍ଲକ ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଭାପତି ଓ ୪ ବର୍ଷ ଧରି ମାଲକାନଗିରି ଜିଲ୍ଲା କଂଗ୍ରେସର ସଭାପତି ରହିଥିଲେ ଗଙ୍ଗାଧର ବୁରୁଦା। ତେବେ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ତାହା ସେ ସ୍ପଷ୍ଟ କରିନାହାନ୍ତି।

ଗଙ୍ଗାଧର ବୁରୁଦା କହିଛନ୍ତି ଯେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଯେଉଁ ଦଳ କାର୍ଯ୍ୟ କରିବ ସେ ସେହି ଦଳ ପାଇଁ କାମ କରିବେ। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇଦେଇଛନ୍ତି।

LEAVE A REPLY

Please enter your comment!
Please enter your name here