ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ମୀନାକ୍ଷୀ ବାହିନୀପତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଓଡ଼ିଶା ଗସ୍ତ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି।

ମୀନାକ୍ଷୀ ବାହିନୀପତିଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ପୂର୍ବରୁ କଂଗ୍ରେସର ମିଡିଆ ସେଲରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେବା ପରେ ମୀନାକ୍ଷୀ ବାହିନୀପତି କେନ୍ଦ୍ରୀୟ ନେତୃତ୍ଵଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟର ମହିଳାମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

Tags: #Politics #OdishaPolitics #MeenakshiBahinipati #OdishaPradeshMahilaCongress #Odisha #CongressLeader

Comment