ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ ପ୍ରଣବ ମୁଖାର୍ଜୀ ଜଣେ ବିଚକ୍ଷଣ ନେତା। ଏହି ବିଚକ୍ଷଣତାକୁ ୧୯୬୯ରେ ଭଲଭାବେ ପରଖିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ।
ପ୍ରଣବ ମୁଖାର୍ଜୀ। ଭାରତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା। ୧୯୬୯ ମସିହାରୁ ନିଜର ରାଜନୀତିକ ଜୟ ଯାତ୍ରା ଆରମ୍ଭ କରିଥବା ପ୍ରଣବ କେନ୍ଦ୍ରମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିଥିଲେ। କଂଗ୍ରେସ ଦଳର ଜଣେ ନିଷ୍ଠାପର ଆଗଧାଡ଼ିର ସୈନିକ ଭାବେ ପ୍ରଣବ ସବୁବେଳେ ରହିଥିଲେ। ହେଲେ ଆଜି ସେହି ବରିଷ୍ଠ ନେତାଙ୍କର ଦେହାନ୍ତ ଘଟିଛି। ଏହି ଅବସରରେ ଆସନ୍ତୁ ନଜର ପକାଇବା ପ୍ରଣବଙ୍କ ସେହି ପାଞ୍ଚ ଦଶନ୍ଧିର ରାଜନୀତିକ ଯାତ୍ରା ଉପରେ।
- ୧୧ ଡିସେମ୍ଵର ୧୯୩୫ ମସିହାରେ ପଶ୍ଚିମବଙ୍ଗର ମିରତି ଗ୍ରାମରେ ଏକ ବେଙ୍ଗଲି ପରିବାରରେ ଜନ୍ମ ହୋଇଥିଲେ ପ୍ରଣବ।
- ସୁରି ବିଦ୍ୟାସାଗର କଲେଜ ଏବଂ କଲିକତା ବିଶ୍ଵବିଦ୍ୟାଳୟରେ ଛାତ୍ର ଜୀବନ ବିତାଇଥିଲେ ପ୍ରଣବ।
- ରାଜନୀତି ବିଜ୍ଞାନ, ଇତିହାସରେ ସ୍ନାତକୋତ୍ତର ସହିତ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ ପ୍ରଣବ।
- ୧୯୬୯ ମସିହାରେ କଂଗ୍ରେସରୁ ରାଜ୍ୟସଭା ଟିକେଟ ପାଇ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଣବ।
- ୧୯୮୨-୮୪ ମସିହା ପର୍ଯ୍ୟନ୍ତ ସେ ଇନ୍ଦିରାଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଥିଲେ।
- ୧୯୮୦-୮୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ମଧ୍ୟ ସାଂସଦ ରହିଥିଲେ।
- ରାଜୀବ ଗାନ୍ଧୀଙ୍କ ସରକାରରେ ପ୍ରଣବଙ୍କୁ ବେଶି ଗୁରୁତ୍ଵ ଦିଆଯାଉନଥିଲା। ଏଥିପାଇଁ ୧୯୮୪ ମସିହାରେ ସେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ଦଳ ଗଠନ କରିଥିଲେ।
- ୧୯୮୯ ମସିହାରେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ, ଭାରତୀୟ ଜାତୀୟ କଂଗ୍ରେସ ସହ ମିଶିଯାଇଥିଲା।
- ୧୯୯୧ ମସିହାରେ ପି ଭି ନରସିଂହ ରାଓ ସରକାରରେ ପ୍ରଣବଙ୍କୁ ଯୋଜନା କମିସନର ମୁଖ୍ୟ ଭାବେ ଦାୟିତ୍ଵ ଦିଆଯାଇଥିଲା।
- ୧୯୯୫ ମସିହାରେ ପ୍ରଣବ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।
- ୨୦୦୪ ମସିହାରେ ଉପା ସରକରାରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରଣବ।
- ୨୦୦୪-୦୬ ପର୍ଯ୍ୟନ୍ତ ମନମୋହନ ସିଂଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ପ୍ରଣବ।
- ୨୦୦୬-୦୯ ମସିହା ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ରହିଥିଲେ।
- ୨୦୦୯-୧୨ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ ସଂପାଦନା କରିଥିଲେ।
- ୨୦୧୨ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ପି ଏ ସାଙ୍ଗମାଙ୍କ ବିପକ୍ଷରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ପ୍ରଣବ ମୁଖାର୍ଜୀ।
- ୨୦୧୨ରେ ପି ଏ ସାଙ୍ଗମାଙ୍କୁ ହରାଇ ଭାରତର ୧୩ତମ ରାଷ୍ଟ୍ରପତି ହୋଇଥିଲେ ପ୍ରଣବ।
- ଜୁଲାଇ ୨୦୧୨ରୁ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ପ୍ରଣବ।
- ୨୦୧୭ରେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ରାଜନୀତିରୁ ସନ୍ୟାସ ନେଇଥିଲେ।
- ୨୦୧୯ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା।
- ୩୧ ଅଗଷ୍ଟ ୨୦୨୦ରେ ୮୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।