ଓଡ଼ିଶାଲାଇଭ୍ ବ୍ୟୁରୋ

୫ମ ବାଟାଲିୟନର ଦୁଇଜଣ ଜବାନଙ୍କ ମଧ୍ୟରେ ମାରପିଟ। ମାମଲା ଯାଇ ପହଞ୍ଚିଲା ଥାନାରେ।
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଅ।ଠାରେ ଥିବା ୫ମ ବାଟାଲିୟନର ଦୁଇଜଣ ଯବାନକ ମଧ୍ୟରେ ମାରପିଟଲାଗି ଥାନାରେ ପହଞ୍ଚିଲା ମାମଲା।
ରବିବାରଦିନ ସନ୍ଧ୍ୟାରେ ରଙ୍ଗାମାଟିଅ।ଠାରେ ଥିବା ୫ମ ବାଟାଲିୟନର କାର୍ଯ୍ୟରତ ଜଣେ ସିପାହୀ କାଳିଚରଣ କିସ୍କୁ ଏବଂ ଅ।ଉ ଜଣେ ମେଜର ଡିବି ଭଟ୍ଟରାୟଙ୍କ ମଧ୍ୟରେ କୌଣସି କାରଣରୁ ମାରପିଟ ହୋଇ ଉଭୟ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।
ଏ ସଂକ୍ରାନ୍ତରେ ବାରିପଦା ସଦର ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଥାନା ପକ୍ଷରୁ ତଦନ୍ତ ଅ।ରମ୍ଭ କରାଯାଇଛି।


















