ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ: ଅାଗାମୀ ସାଧାରଣ ନିର୍ବାଚନକୁ ଅାଖି ଅାଗରେ ରଖି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତାଦଳ ପକ୍ଷରୁ ସମଗ୍ର ଜିଲ୍ଲାରେ ମାରାଥନ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଯାଇଛି। ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଅ।ମ ଗାଁ ଅ।ମ ବିକାଶ ଯୋଜନା’ ବେଶ୍‌ ଲୋକପ୍ରିୟତା ଅର୍ଜନ କରୁଥିବା ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ବିଜେଡିର ଅ।ଗଧାଡିର ନେତା ଓ କର୍ମୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜ ସରକାରଙ୍କ ସଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ କେନ୍ଦ୍ର ସରକାର ର ବୈମାତୃକ ମନୋଭାବ ସମ୍ପର୍କରେ ଲୋକମାନଙ୍କ ପାଖକୁ ଯାଉଛନ୍ତି।

ଏହି ଅବସରରେ ଯଶୀପୁର ନିର୍ବାଚନମଣ୍ଡଳୀର କେତେକ ଅଞ୍ଚଳରେ ବିଜେଡିର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

Comment