ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଗୁରୁପ୍ରିୟା ସେତୁ, ସାତ ମହଲା ବିଶିଷ୍ଟ ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ପାଇଁ ମାଲକାନଗିରିବାସୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ଏବଂ ସାଧାରଣ ଲୋକ ଆଜି ନବୀନ ନିବାସ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଥିଲେ।

ବିଜେଡି କର୍ମୀ ଗୋପାଳ କୃଷ୍ଣ ପଣ୍ଡା, ପୂର୍ବତନ ଜିଲ୍ଲା ଯୁବ ସଭାପତି ଶଙ୍କର ସାହା, ସାଂସଦ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ପୌର ପରିଷଦ ଉପ-ସଭାପତି ସତ୍ୟ ସ୍ୱାଇଁ, ବ୍ଲକ ସଭାପତି ସର୍ବ ବିଷୋଇ, କାଲିମେଳା ବିଜେଡି କର୍ମୀ ଇଂ ଭେଙ୍କେଟ ରାଓ, ଶରତ ଚନ୍ଦ୍ର ବିଶ୍ୱାଳ, ବିଧାୟକ ପ୍ରତିନିଧି ଉମା ଶଙ୍କର ସାହୁ, ମାଧବ ସାବତଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ।

Comment