ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ନିଜକୁ ସୁସ୍ଥ ଏବଂ ସତେଜ ରଖିବା ଲାଗି ସେ ବିଭିନ୍ନ ବ୍ୟାୟାମ କରିବା ସହ ଟେନିସ୍‌ ଖେଳିବା ମଧ୍ୟ ଜାରି ରଖିଛନ୍ତି।

ଭାରତୀୟ ଷ୍ଟାର ମହିଳା ଟେନିସ୍‌ ଖେଳାଳି ସାନିଆ ମିର୍ଜା ମା’ ହେବାକୁ ଯାଉଛନ୍ତି। ସେ ଏବେ ୭ ମାସର ଗର୍ଭବତୀ ଅଛନ୍ତି। ଏହାସତ୍ତ୍ୱେ ସେ ଟେନିସ୍‌ କୋର୍ଟଠାରୁ ଦୂରେଇ ପାରି ନାହାନ୍ତି।


ସାନିଆ ଗୁରୁବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ପ୍ରକାଶ କରିଛନ୍ତି। ଆସନ୍ତା ଅକ୍ଟୋବରରେ ସେ ମାତୃତ୍ୱ ଲାଭ କରିବେ ବୋଲି ଆଶା ରଖିଛନ୍ତି। ଗର୍ଭାବସ୍ଥା ବେଳେ ଅଧିକ ଆକ୍ଟିଭ ରହିବା ଲାଗି ସେ ନିଜ ଭଉଣୀ ଅନାମ ମିର୍ଜାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଟେନିସ୍‌ ଖେଳୁଥିବା ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି।


ଏହି ଭିଡିଓ ଅପଲୋଡ କରି ସାନିଆ ଲେଖିଛନ୍ତି , “କୌଣସି ଖେଳାଳିଙ୍କୁ କିଛି ଦିନ ଲାଗି ଟେନିସ କୋର୍ଟରୁ ଦୂରେଇ ପାରିବ। ମାତ୍ର ସବୁଦିନ ପାଇଁ ଟେନିସ୍‌ରୁ ଦୂରେଇ ରଖିପାରିବ ନାହିଁ”।

କିଛି ଦିନ ପୂର୍ବେ ସାନିଆ ଟେନିସ୍‌ କୋର୍ଟରେ ଠିଆ ହେବାର ଫଟୋ ପ୍ରକାଶ କରିଥିଲେ। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ସାନିଆ ପ୍ରାୟ ବର୍ଷେ ହେଲା ପେସାଦର ଟେନିସ୍‌ରୁ ସେ ଦୂରେଇ ରହିଛନ୍ତି।

Comment