ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶାରେ ଶୁକ୍ରବାର ଦିନ ସମସ୍ତ ସ୍କୁଲ, କଲେଜ, ସରକାରୀ ଅଫିସ ଓ ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

୭ ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଏହାସହ କୌଣସି ସରକାରୀ ଉତ୍ସବ ମଧ୍ୟ ପାଳନ କରାଯିବ ନାହିଁ।

ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ବାଜପେୟୀଙ୍କର ଆଜି ଦେହାନ୍ତ ହୋଇଛି। ଏମ୍‌ସରୁ ତାଙ୍କ ମରଶରୀରକୁ କୃଷ୍ଣା ମେନନ୍‌ସ୍ଥିତ ବାସଭବନକୁ ନିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ରାଜନାଥ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ବାଜପେୟୀଙ୍କ ଶେଷ ଦର୍ଶନ କରିଛନ୍ତି।

ଓଡ଼ିଶା ସମେତ ୧୭ଟି ରାଜ୍ୟରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, କର୍ଣ୍ଣଟେକ, ଦିଲ୍ଲୀ, ଛତିଶଗଡ଼ ଆଦି ରାଜ୍ୟରେ ଛୁଟି ଘୋଷଣା କରାଯାଇଛି।

Comment