ଓଡ଼ିଶାଲାଇଭ୍ ବ୍ୟୁରୋ
ଅଟଳବିହାରୀ ବାଜପେୟୀଙ୍କ ଅବଦାନକୁ ସର୍ବଦା ଉଜ୍ଜୀବିତ ରଖିବା ପାଇଁ ‘ଅଟଳବିହାରୀ ମେମୋରିଆଲ’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ଦକ୍ଷ ଓ ସଫଳ ରାଷ୍ଟ୍ରନୀତିଜ୍ଞ ଭାବେ ପରିଚିତ। ଅନେକ ସମୟରେ କଠୋର ନିଷ୍ପତ୍ତି ନେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଥିଲେ।
ଅଟଳବିହାରୀ ବାଜପେୟୀଙ୍କୁ ହରାଇ ଆଜି ଭାରତର ୧୨୫ କୋଟି ଲୋକ ଶୋକାଭିଭୂତ। ଭାରତୀୟ ରାଜନୀତିକୁ ଏକ ନୂତନ ଦିଗଦର୍ଶନ ଦେବା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନକୁ ଝୁରିବ ସାରା ଦେଶ। ଅଟଳବିହାରୀ ବାଜପେୟୀଙ୍କ ଅବଦାନକୁ ସର୍ବଦା ଉଜ୍ଜୀବିତ ରଖିବା ପାଇଁ ‘ଅଟଳବିହାରୀ ମେମୋରିଆଲ’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଜୟ ବିଜ୍ଞାନର ଉଦ୍ଘୋଷକ ଭାବେ ଅଟଳ ବିହାରୀ ବାଜପେୟୀ ସଦା ସର୍ବଦା ସ୍ମରଣୀୟ ହୋଇ ରହିବେ। ୧୯୯୮ରେ ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ମାସ ପରେ ଭାରତ ଦ୍ୱିତୀୟ ଥର ପାଇଁ ପରମାଣୁ ପରୀକ୍ଷଣ କରିଥିଲା।
ଅପରେସନ ଶକ୍ତି-୯୮ ନାମରେ ୧୯୯୮ ମଇ ୧୧ ରୁ ୧୩ ମଧ୍ୟରେ ୫ଟି ଭୂତଳ ପରମାଣୁ ବୋମା ଶକ୍ତି-୧ ରୁ ଶକ୍ତି-୫ ନାମରେ ନାମିତ ପୋଖରନ୍ -୨ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଚମତ୍କୃତ କରି ଦେଇଥିଲେ। ୧୯୭୪ରେ ପ୍ରଥମ ପରମାଣୁ ବୋମା ପରୀକ୍ଷଣର ୨୪ ବର୍ଷ ପରେ ସେ ଏହି ପରୀକ୍ଷଣ ପାଇଁ ପଦକ୍ଷେପ ନେଇଥିଲେ।