ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ପୁରୁଷ ଡବଲ୍ସ୍ ଟେନିସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ଦ୍ଵିତୀୟ ସ୍ୱର୍ଣ୍ଣ। ପୁରୁଷ ଡବଲ୍ସ୍ ଟେନିସ ଫାଇନାଲ୍ରେ ଭାରତର ରୋହନ ବୋପାନ୍ନା ଏବଂ ଦ୍ୱିଓ୍ଵିଜ୍ ଶରଣ କାଜାଖସ୍ତାନର ଆଲେକ୍ଜାଣ୍ଡାର୍ ବୁବ୍ଲିକ୍ ଏବଂ ଡେନିସ୍ ୟେବ୍ସେୟେବ୍ଙ୍କୁ ୬-୩, ୬-୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏଥିସହିତ ୬ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୨ କାଂସ୍ୟ ପଦକ ସହିତ ମୋଟ ୨୧ଟି ପଦକ ଜିତି ଭାରତ ପଦକ ତାଲିକାର ୯ମ ସ୍ଥାନକୁ ଉନ୍ନୀତ ହୋଇଛି।