ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ପାରା ଗେମ୍ସରେ ସ୍ଵର୍ଣ୍ଣ ଜିତିଛନ୍ତି ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ। ସେ ପ୍ରତିଯୋଗିତାର ଦୃଷ୍ଟିବାଧିତ ଚେସ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ସହ ଏକ ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି।

ସୌନ୍ଦର୍ଯ୍ୟ ପ୍ରଧାନ ଦୃଷ୍ଟିବାଧିତ ଚେସର ଦଳ ଗତ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ଭାରତୀୟ ଦଳ ଇରାନକୁ ପରାସ୍ତ କରିଥିଲା। ଏହି ଦଳରେ ସୌନ୍ଦର୍ଯ୍ୟଙ୍କ ସହ ଦର୍ପଣ ସତିଶ ଇନାନୀ ଓ ଅଶ୍ଵୀନଭାଇ ମକୱାନା ସାମିଲ ଥିଲେ।

ସେହିପରି ଦୃଷ୍ଟିବାଧିତ ଚେସର ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ସମସ୍ତ ୩ ଜଣ ଖେଳାଳି ପଦକ ହାସଲ କରିଥିଲେ। ଏଥିରେ ସୌନ୍ଦର୍ଯ୍ୟ ପ୍ରଧାନ ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ସେହିପରି ଉକ୍ତ ଇଭେଣ୍ଟରେ ଦର୍ପଣ ସତିଶ ଇନାନୀ ସ୍ଵର୍ଣ୍ଣ ପଦକ ଜିତିଥିବାବେଳେ ଅଶ୍ଵୀନଭାଇ ମକୱାନା ବ୍ରୋଞ୍ଜ ପଦକ ହାସଲ କରିଥିଲେ।  

ଚଳିତ ଏସିଆନ ପାରା ଗେମ୍ସରେ ଭାରତ ୧୧୧ଟି ପଦକ ହାସଲ କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତୀୟ ଖେଳାଳିମାନେ ୨୯ଟି ସ୍ଵର୍ଣ୍ଣ, ୩୧ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ହୋଇଥିବା ୨୦୧୮ ଏସିଆନ ପାରା ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭୨ ଥିଲା।   

Tags: #AsianParaGames2023 #SoundaryaPradhan #GoldMedal #Chess #Sports #Odisha

LEAVE A REPLY

Please enter your comment!
Please enter your name here