ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅପରାହ୍ନରେ ଅନୁଗୁଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ଅନୁଗୁଳ ଜରପଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟାକ୍ସିରେ ୫ ଜଣ ଯାତ୍ରୀ ଛତିଶଗଡ଼ ଯାଉଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକ ଦୁଇ ଜଣ ହେଉଛନ୍ତି ଅଶୋକ ପୃଷ୍ଟି ଓ ହେମନ୍ତ ପୃଷ୍ଟି।ଗୁରୁତରଙ୍କ ଭିତରେ ଜଣେ ଶିଶୁ ବି ଅଛି।

ଖବର ନେବାରେ ଜଣାପଡ଼ିଛି ଯେ ଟାକ୍ସିଟି ଅନୁଗୁଳରୁ ଭିଲାଇ ଯାଉଥିଲା। ଜରପଡ଼ା ପେଟ୍ରୋଲ ପମ୍ପ ନିକଟରେ ସାମ୍ନାରୁ ଆସୁଥିବା ଟ୍ରକଟି ଟାକ୍ସିକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ଟାକ୍ସି ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ପୋଲିସ ପକ୍ଷରୁ ଉଭୟ ଯାନକୁ ଜବତ କରିବା ସହ ଏକ କେସ ରୁଜୁ କରାଯାଇଛି।

Comment