ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଆସନ୍ତାକାଲି ସକାଳ ୧୦ଟାରେ ଖୋଲିବ ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍। ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗେଟ୍ ଖୋଲିବା ଦ୍ୱାରା ୨୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ। ଜନସାଧାରଣ ଏନେଇ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଦୋରାଗୁଡ଼ା, ଗୁଣ୍ଠାୱାଡା ଏବଂ ନୁଆଗୁଡ଼ା ପଞ୍ଚାୟତବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବାଲିମେଳା ଜଳଭଣ୍ଡାରର ଏଫ.ଆର.ଏଲ୍. (ଫୁଲ ରିଜର୍ଭଏର ଲେବେଲ୍) ୧୫୧୬ ଫୁଟ ଥିବା ବେଳେ ଏବେ ଜଳସ୍ତର ୧୫୧୧ଫୁଟ ରହିଛି। ମତ୍ସ୍ୟଜୀବୀମାନଙ୍କୁ ନଦୀ କିମ୍ବା ଡ୍ୟାମକୁ ଯିବା ଲାଗି ବାରଣ କରାଯାଇଛି।














