ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓ୍ଵାଇ ବିଜୟ ହେଲେ ମାଲକାନଗିରିର ନୂଆ ଜିଲ୍ଲାପାଳ
  • ମନୀଷ ଅଗ୍ରଓ୍ଵାଲ ହେଲେ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ

ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ସୋମବାର ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଓ୍ଵାଇ ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ମାଲକାନଗିରିର ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ରବିବାର ମାଲକାନଗିରି ଏସ୍‌ଡିଜିଏମ୍ କୋର୍ଟ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି (ସୋମବାର) ମନୀଷଙ୍କୁ ମାଲକାନଗିରି ଜିଲ୍ଲାପାଳ ପଦବୀରୁ ବଦଳି କରାଯାଇ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଦାୟିତ୍ଵ ଦିଆଯାଇଛି। ମନୀଷଙ୍କ ସ୍ଥାନରେ ଓ୍ଵାଇ ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

୨୦୧୯ ମସିହା ଡିସେମ୍ଵର ୨୮ରେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ମାଲକାନଗିରିର ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏହାକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ପରେ ଏହି ଘଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟର ସଂପୃକ୍ତି ରହିଛି ବୋଲି ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ ଏବଂ ଅନ୍ୟ ୩ଜଣ କର୍ମଚାରୀ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ଆସିବା ପରେ ମନୀଷଙ୍କୁ ମାଲକାନଗିରିରୁ ବଦଳି କରାଯାଇଛି।

Comment