ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡର ବଣ୍ଟନ କରିବେ। ଜିଲ୍ଲା ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ୧୫୦ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ।

ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବାକୁ ଥିବା ହିତାଧିକାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ହିତାଧିକାରୀ ହିଁ କାର୍ଯ୍ୟକ୍ରମରେ ସାମିଲ ହେବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାର ତଦାରଖ କରୁଛନ୍ତି।

ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିବାକୁ ଘୋଷଣା କରିଥିଲେ। ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ଦିଆଯିବ ବୋଲି କହିଥିଲେ।

ଅନ୍ୟପଟେ ରାଜ୍ୟରେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡି ସୁପ୍ରିମୋ ମଇଦାନକୁ ଓହ୍ଲାଇଛନ୍ତି ବୋଲି ଚର୍ଚ୍ଚା ଯେଉଛି। ସେପଟେ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବି ଉତ୍ସାହ ଦେଖାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇ ଉଠିଛି।

LEAVE A REPLY

Please enter your comment!
Please enter your name here