ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସୁଛି ଆମିର ଖାନଙ୍କ ଡ୍ରିମ ପ୍ରୋଜେକ୍ଟ ମହାଭାରତ ୧୦୦୦ କୋଟି ବଜେଟର ଏହି ସିନେମା ପାଇଁ ଆମିରଙ୍କ ପ୍ରଥମ ପସନ୍ଦ ବାହୁବଲି ପ୍ରଭାସ

ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ‘ମହାଭାରତ’ର କାହାଣୀ ଗୋଟିଏ ସିନେମାରେ ସମାପ୍ତ କରିବା ସମ୍ଭବ ହୋ‍ଇନଥିବାରୁ ଏହାକୁ ତିନୋଟି ଭାଗରେ ଦେଖାଇବାକୁ ଚାହାଁନ୍ତି ଆମିର ଓ ସେ ଏଥିପାଇଁ ସବୁ ପ୍ଲାନିଂ ମଧ୍ୟ କରିସାରିଛନ୍ତି।

ଆମିର ଏହି ସିନେମାକୁ ନେଇ ‘ବାହୁବଲି’ ପ୍ରଭାସଙ୍କ ସହ କଥା ହୋ‍ଇସାରିଛନ୍ତି। ପ୍ରଭାସଙ୍କୁ ଚଳଚ୍ଚିତ୍ରରେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ କରାଇବାକୁ ଚାହାଁନ୍ତି ଆମିର।

ମହାଭାରତରେ ଅର୍ଜୁନ ଭୂମିକାରେ ନଜର ଆସିବେ ପ୍ରଭାସ

‘ବାହୁବଲି’ ସିନେମାରେ ପ୍ରଭାସଙ୍କ ଅଭିନୟ ଦକ୍ଷତାକୁ ନେଇ ବେଶ୍‍ ପ୍ରଭାବିତ ହୋ‍ଇଛନ୍ତି ଆମିର। ମିଷ୍ଟର ପରଫେକ୍ସନିଷ୍ଟଙ୍କ ବିଶ୍ୱାସ ରହିଛି, ‘ମହାଭାରତ’ରେ ’ଅର୍ଜୁନ’ଙ୍କ ଭୂମିକା ପ୍ରଭାସ ହିଁ ଯଥେଷ୍ଟ ଭଲଭାବେ ନିଭାଇପାରିବେ। ସିନେମାର ନିର୍ଦ୍ଦେଶନା ଦେବା ପାଇଁ ଆମିର ଏସଏସ ରାଜାମୌଲିଙ୍କୁ ଚୁକ୍ତିବଦ୍ଧ କରିଛନ୍ତି। ରାଜାମୌଲି ମଧ୍ୟ ବେଶ୍‍ କିଛିଦିନ ହେବ ମହାଭାରତର କାହାଣୀକୁ ନେଇ ସିନେମା ତିଆରି କରିବାକୁ ଚାହୁଁଥିବାରୁ ଆମିର ତାଙ୍କ ସହ ମିଶି ଫିଲ୍ମ କରିବାକୁ ଚାହିଁଛନ୍ତି।

ଆମିର ନିଭାଇବେ ’କୃଷ୍ଣ’ଙ୍କ ଭୂମିକା

ଆମିର ‘ମହାଭାରତ’ ସିନେମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଚର୍ଚ୍ଚାହେଉଛି, ମିଷ୍ଟର ପରଫେକ୍ସନିଷ୍ଟ ଏହି ଚଳଚ୍ଚିତ୍ରରେ ’କୃଷ୍ଣ’ଙ୍କ ଚରିତ୍ର ନିଭାଇବେ।

ଦ୍ରୌପଦୀ ଚରିତ୍ରରେ ନଜର ଆସିବେ ଦୀପିକା

ବଲିଉଡର ପପୁଲାର ନାୟିକା ଦୀପିକା ପାଦୁକୋନ ‘ମହାଭାରତ’ ସିନେମାରେ ’ଦ୍ରୌପଦୀ’ ଚରିତ୍ରରେ ନଜର ଆସିବେ। ‘ପଦ୍ମାବତ’, ‘ବାଜିରାଓ ମସ୍ତାନି’ ସିନେମାରେ ଦୀପିକାଙ୍କ ଭୂମିକା ବେଶ୍‌ ପ୍ରଭାବିତ କରିଛି ଆମିରଙ୍କୁ।

ମିଷ୍ଟର ପରଫେକ୍ସନିଷ୍ଟ ଆମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ ସମୁଦାୟ ବଜେଟ୍‍ ୧୦୦୦ କୋଟି ଟଙ୍କା ରହିଛି। ଏହି ସିନେମାର ସୁଟିଂ କାର୍ଯ୍ୟ ଶେଷ ହେବା ପାଇଁ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ। ଏହି ଫିଲ୍ମର ସୁଟିଂ ‘ଠଗ୍‌ସ ଅଫ୍‍ ହିନ୍ଦୋସ୍ତାନ’ ରିଲିଜ ହେବା ପରେ ଆରମ୍ଭ ହେବ। ‘ଠଗ୍‌ସ ଅଫ୍‍ ହିନ୍ଦୋସ୍ତାନ’ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here