ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଖେଳ ଜଗତ ପାଇଁ ଖୁସି ଖବର। ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସରେ ନିଜର କମାଲ ଦେଖେଇବାରେ ଲାଗିଛନ୍ତି। ସେ ହଙ୍ଗକଙ୍ଗର ନଗୟାନ ୟି ଚିଉଙ୍ଗଙ୍କୁ ୨୧-୯ ଏବଂ ୨୧-୧୬ରେ ପରାସ୍ତ କରିଛନ୍ତି। ଏହି ଖେଳ ପ୍ରାୟ ୨୮ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏଯାବତ୍ ଟୋକିଓ ଅଲିମ୍ପିକ୍ସରେ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ସିନ୍ଧୁ ବିଜୟ ହାସଲ କରିଛନ୍ତି। ଭାରତୀୟ ଖେଳାଳୀଙ୍କ ଏହି ସଫଳତା ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପଦକ ହାସଲ କରିବାର ଆଶା ବଢ଼ାଇଛି।

‘ଗ୍ରୁପ ଜେ’ ପ୍ରଥମ ମ୍ୟାଚରେ ସିନ୍ଧୁ ଇଜ୍ରାଏଲର ସେନିୟା ପୋଲୀକାର ପୋଓ୍ବାଙ୍କୁ ପରାସ୍ତ କରିଥିଲେ। ପରେ ବୁଧବାର ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ମ୍ୟାଚରେ ମଧ୍ୟ ସିନ୍ଧୁଙ୍କୁ ସଫଳତା ମିଳିଛି।

ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ତାଙ୍କ ଖେଳ କ୍ୟାରିୟର ଭିତରେ ଟୋକିଓ ଅଲିମ୍ପିକ୍ସର କୌଣସି ବି ପ୍ରତିଯୋଗିତା ଛାଡ଼ି ନଥିବା ଜଣାପଡ଼ିଛି। ୨୦୧୬ ମସିହାରେ ଅନୁଷ୍ଠିତ ହୋଇଥିବା ‘ରିୟୋ ଅଲିମ୍ପିକ୍ସ’ରେ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ସିନ୍ଧୁ ନିଜର ସ୍ଥାନ ବଜାଇ ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ତାଙ୍କ ବିପକ୍ଷରେ ଖେଳୁଥିବା ସ୍ପେନ ତାରକା କୈରୋଲିନା ମାରିନ ତାଙ୍କୁ ପରାସ୍ତ କରିଥିଲେ।

Comment