ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ପାରାଲିମ୍ପିକରେ ପଦକର ବର୍ଷା। ଭାରତର ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଦକ ଦେଶକୁ ଉପହାର ଦେବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଓଡ଼ିଶାର ପାରା ଆଥଲେଟ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ହାସଲ କରି ଟୋକିଓରେ ଇତିହାସ ରଚିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସୁନା ପଦକ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ।

ଭାରତୀୟ ସମୟ ଅନୁସାରେ ଶନିବାର ଅପରାହ୍ନ ୩ଟା ସମୟରେ ପ୍ରମୋଦଙ୍କ ଫାଇନାଲ ମ୍ୟାଚ ଥିଲା। ଏହି ମ୍ୟାଚରେ ସେ ବ୍ରିଟେନର ପ୍ରତିଦ୍ଵନ୍ଦୀ ଡେନିୟଲ ବେଥେଲଙ୍କୁ ଭେଟିଥିଲେ। ତାଙ୍କୁ ୨୧-୧୪, ୨୧-୧୭ରେ ହରାଇ ସ୍ଵର୍ଣ୍ଣ ପଦକ କବ୍ଜା କରିଛନ୍ତି ପ୍ରମୋଦ ଭଗତ।

ପ୍ରମୋଦଙ୍କ ଏହି ସ୍ଵର୍ଣ୍ଣକୁ ମିଶାଇ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ପୂର୍ବରୁ ଅବନୀ ଲେଖାରା ଓ ସୁମିତ ଅନ୍ତିଲ, ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ପ୍ରମୋଦଙ୍କ ସଫଳତା ପରେ ତାଙ୍କ ଗାଁ ଅତାବିରାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କ୍ରୀଡ଼ାବିତ୍ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

Comment