ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡ଼ିଶାରୁ ୭ ଜଣ ବ୍ୟକ୍ତିତ୍ଵ ରହିଥିବା ବେଳେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ ନେଇ ଘୋଷଣା ହୋଇଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ କରିବାକୁ ଘୋଷଣା ହୋଇଛି।    ଅନ୍ୟପକ୍ଷେ ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ।ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ  ପୁରସ୍କାର ପ୍ରଦାନ କରାଯିବ। ଭାରତର ପ୍ରଥମ ସେନାଧ୍ୟକ୍ଷ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।ସେହିପରି ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝାରିଆ, ସୁନ୍ଦର ପିଚାଇ, ସାଇରସ୍‌ ପୁନାଓ୍ୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ, ଆଥଲେଟ୍‌ ସୁମିତ ଅଣ୍ଟିଲ, ନୀରଜ ଚୋପ୍ରା, ବନ୍ଦନା କାଟରିଆଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ର ପାଇଁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

LEAVE A REPLY

Please enter your comment!
Please enter your name here