ଓଡ଼ିଶାଲାଇଭ୍ ବ୍ୟୁରୋ

ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଗୁରୁଗମ୍ଭୀର ସ୍ଵର। ଜୀବନବ୍ୟାପୀ ଓଡ଼ିଶୀ ସଂଗୀତ ତଥା ଶାସ୍ତ୍ରୀୟ ସଂଗୀତ ସାଧନା ପାଇଁ କୋକିଳକଣ୍ଠୀ ଶ୍ୟାମାମଣି ଦେବୀ ପଦ୍ମଶ୍ରୀ ସମ୍ମାନର ଅଧିକାରୀଣି ହୋଇପାରିଛନ୍ତି।

ଶ୍ୟାମାମଣି ଦେବୀଙ୍କର ଜନ୍ମ ୧୯୩୮ ମସିହା ଡିସେମ୍ବର ୨୧ ତାରିଖରେ କଟକ ଜିଲ୍ଲା ବ୍ଲକର ସୁବର୍ଣ୍ଣପୁରଠାରେ ହୋଇଥିଲା। ବାପା ରାଜେନ୍ଦ୍ର ମୋହନ ପଟ୍ଟନାୟକ ଓ ମା’ ନିଶାମଣି ଦେବୀଙ୍କ ସୁପୁତ୍ରୀ ହେଉଛନ୍ତି ଶ୍ୟାମାମଣି ଦେବୀ। ବଡ଼ ବାପା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଜଣେ ସଂଗୀତ ଶିଳ୍ପୀ ଥିଲେ। ପିଲାଟି ବେଳରୁ ପରିବାରର ଆଶୀର୍ବାଦ ତାଙ୍କୁ ସଂଗୀତ ଓ ସଂସ୍କୃତି ସହ ଯୋଡ଼ିଥିଲା। ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ ଓ ଭଞ୍ଜ ସଂଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଶ୍ୟାମାମଣି ଦେବୀଙ୍କ ଗୁରୁ

ଶ୍ୟାମାମଣି ଦେବୀଙ୍କ ଗୁରୁ ଥିଲେ ନ୍ୟାସନାଲ ମ୍ୟୁଜିକ ଆସୋସିଏସନର ସିଂଘାରୀ ଶ୍ୟାମସୁନ୍ଦର କର ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ଏହି ଦୁଇ ମହାନ ଗୁରୁଙ୍କଠାରୁ ସେ ଓଡ଼ିଶୀ କଣ୍ଠ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଶିକ୍ଷାକୁ ଆୟତ କରିଥିଲେ ଶ୍ୟାମାମଣି ଦେବୀ। ପ୍ରଫେସର ପିଆର ନବରଙ୍ଗ ଓ ବିଆର ଦେଓଧରଙ୍କ ତତ୍ତ୍ଵାବଧାନରେ ତାଙ୍କର ସଂଗୀତ ଶିକ୍ଷା ଜୀବନକୁ ଗୁରୁ କୁଣ୍ଡଳା ଆଦିନାରାୟଣ ରାଓ, ପଣ୍ଡିତ ଲକ୍ଷ୍ମୀ ଶଙ୍କର ତଥା ପଣ୍ଡିତ ନିର୍ମଳା ଦେବୀଙ୍କ ଅବଦାନ ସ୍ମରଣୀୟ।

ମାତ୍ର ୧୨ ବର୍ଷରେ ଆକାଶବାଣୀର ଶିଶୁ କଣ୍ଠଶିଳ୍ପୀ

ଓଡ଼ିଶୀ ସଂଗୀତର ଅତି ସମ୍ମାନସ୍ପଦ ସ୍ଵର ଶ୍ୟାମାମଣି ଦେବୀ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀର ଶିଶୁ କଣ୍ଠଶିଳ୍ପୀ ଭାବେ ସଂଗୀତ ଜଗତରେ ପାଦ ଥାପି ଥିଲେ। ୧୯୫୦ ମସିହାରୁ ଆକାଶବାଣୀ ମାଧ୍ୟମରେ ଓଡ଼ିଶା ତଥା ରାଜ୍ୟ ବାହାରେ ସଂଗୀତ ପରିବେଷଣ କରି ଆସୁଛନ୍ତି। ୧୯୬୦-୬୬ ମସିହା ମଧ୍ୟରେ ବମ୍ବେ ଆକାଶବାଣୀରୁ ଗୀତ, ଗଜଲ ଓ ଭଜନ ପରିବେଷଣ କରିଛନ୍ତି। ସେ ଓଡ଼ିଆ ସହ ହିନ୍ଦୀ, ମରାଠୀ, ବଙ୍ଗଳା ଓ ଗୁଜୁରାଟି ଆଦି ଚଳଚ୍ଚିତ୍ରରେ କଣ୍ଠଦାନ ତାଙ୍କ ପ୍ରତିଭାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି।

ଉପାଧି ଓ ସମ୍ମାନ

ଭାବ ପ୍ରଧାନ ଓ ରାଗ ପ୍ରଧାନ ସଂଗୀତ ପାଇଁ ଅଧିକ ପରିଚିତ ଡକ୍ଟର ଶ୍ୟାମାମଣି ଦେବୀ। ପ୍ରାଚୀନ ଓ ପାରମ୍ପରିକ ସଂଗୀତ ତାଙ୍କର ପ୍ରାଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ ଓ ଭଞ୍ଜ ସଂଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏହି ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ଉପାଧି ଓ ସମ୍ମାନ।

କୋକିଳକଣ୍ଠୀ, ଓଡ଼ିଶୀ ସ୍ଵାଭିମାନର ସ୍ଵର ତଥା ଓଡ଼ିଆ ଭକ୍ତି ଓ ଲୋକ ସଂଗୀତ ପାଇଁ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ଵ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାରଳା ସାରସ୍ଵତ ଉତ୍ସବରେ ୨୦୧୪ ମସିହା ପାଇଁ ଉପାୟନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ୨୦୧୭ ମସିହାରେ ଶ୍ୟାମାମଣି ଦେବୀଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଥିଲା।

ଶ୍ୟାମାମଣି ଦେବୀଙ୍କ ଶିକ୍ଷା

ସେ ଓଡ଼ିଶୀ ସହ ଗୁରୁ କଣ୍ଡଳା ଆଦିନାରାୟଣ ରାଓଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ସେ ମୁମ୍ବାଇରୁ ସଂଗୀତ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପୁନେର ଗନ୍ଧର୍ବ ମହାବିଦ୍ୟାଳୟର ପ୍ରଫେସର ପି ଆର ନବରଙ୍କଗଠାରୁ ହିନ୍ଦୁସ୍ଥାନୀ ଭୋକାଲ ଓ ପ୍ରଫେସର ବି ଆର ଦେଓଧରଙ୍କଠାରୁ ଠୁମୁରି, ମୁମ୍ବାଇର ନର୍ମଳା ଦେବୀ ଓ ପଣ୍ଡିତ ଲକ୍ଷ୍ମୀଶଙ୍କରଙ୍କଠାରୁ ଲାଇଟ କ୍ଲାସିକାଲ ସଂଗୀତ ଶିକ୍ଷା କରିଥିଲେ।

ଏହା ସହ ସେ ଲତା ମଙ୍ଗେସ୍କର, ନୁରଜାହାନ, ରାଜକୁମାରୀ ଦେବୀଙ୍କଠାରୁ ସଂଗୀତ ଶିକ୍ଷା ଲାଭ କରିଥିଲେ। ୮୪ ବର୍ଷ ବୟସରେ ତାଙ୍କୁ ଜୀବନବ୍ୟାପୀ ସଂଗୀତ ସାଧନ ପାଇଁ ଭାରତର ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ମିଳୁଥିବାରୁ ସେ ଗର୍ବିତ ଅଛନ୍ତି।

Comment