ଓଡ଼ିଶାଲାଇଭ୍ ବ୍ୟୁରୋ

ମୁକ୍ତେଶ୍ୱର ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ମୁକ୍ତେଶ୍ଵର ନୃତ୍ୟ ଉତ୍ସବ। ତିନି ଦିନ ଧରି ହେବାକୁଥିବା ଏହି ଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସଙ୍ଗୀତଜ୍ଞ ପ୍ରଫୁଲ୍ଳ କର ଓ ସାଥୀଙ୍କ ଦ୍ଵାରା ପରିବେଷିତ ଶିବ ବନ୍ଦନାରୁ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ପ୍ରସ୍ତୁତିରେ ପଣ୍ଡୀଚେରୀରୁ ଆସିଥିବା ନୃତ୍ୟ ଶିଳ୍ପୀ ସଙ୍ଗିତା ଦାସଙ୍କ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଏହାପରେ ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଲିମା ଭଳ ଓ ଅରୂପା ଗାୟତ୍ରୀଙ୍କ ଦ୍ୱାରା ‘କି ନାଦରେ ପରେ ପରେ ଶକ୍ତି ବହୁରୂପ’ ଅଭିନୟ ପରିବେଷଣ ହୋଇଥିଲା।

କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତିରେ ପାର୍ବତୀ ଦତ୍ତ ଓ ସାଥୀଙ୍କ ଦ୍ୱାରା ମଙ୍ଗଳା ଚରଣ ଶିବ ବନ୍ଦନା ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା।

ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comment