ଓଡ଼ିଶାଲାଇଭ୍ ବ୍ୟୁରୋ

Ecotourism Odisha -jungle_trek

ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟର ଇକୋ ଟୁରିଷ୍ଟ ଗାଇଡମାନଙ୍କ ପାଇଁ ଏକ ମାଗଣା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ଵରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟରେ (ଆଇଆଇଟିଟିଏମ) ଏହି ଶିବିର ଆୟୋଜିତ ହେବ। ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ଇକୋ ଟୁରିଷ୍ଟ ଗାଇଡମାନେ ଭାଗ ନେଇପରିବେ। ଏପ୍ରିଲ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇ ୩ ମାସ ଯାଏଁ ଏହି ଶିବିର ଚାଲିବ।

ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ଇକୋ ଟୁରିଷ୍ଟ ଗାଇଡମାନଙ୍କୁ ଇକୋ ଟୁରିଜିମର ବିଶେଷତ୍ଵ ଏବଂ ଏହି କ୍ଷେତ୍ରରେ ଥିବା ସୁଯୋଗ ଓ ସମ୍ଭାବନା ବିଷୟରେ ଅବଗତ କରାଯିବ। ଏହାଛଡ଼ା ଏହି କ୍ଷେତ୍ରରେ ଭଲ କରିବା ଶିବିରରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଯୋଗ୍ୟତା

  • ଆଶାୟୀ ବ୍ୟକ୍ତିମାନେ ୧୮ ବର୍ଷ ବୟସରୁ ଅଧିକ ହୋଇଥିବା ଆବଶ୍ୟକ
  • ସେମାନେ ଯେକୌଣସି ବିଭାଗରେ ଯୁକ୍ତ ୩ ପାସ କରିଥିବେ
  • କେବଳ ଓଡ଼ିଶାର ଆଶାୟୀମାନେ ଏହି ଶିବିରରେ ଭାଗ ନେଇ ପାରିବେ

କେମିତି କରିବେ ଆବେଦନ

ପ୍ରଶିକ୍ଷଣ ଶିବିରରେ ଭାଗ ନେବା ପାଇଁ ଇଚ୍ଛୁକ ଆଶାୟୀମାନେ ଆଇଆଇଟିଟିଏମର ୱେବସାଇଟ www.iittmb.inରେ ପଞ୍ଜୀକରଣ କରିପାରିବେ। ଏହାଛଡ଼ା ସେମାନେ ଭୁବନେଶ୍ଵର ଆଇଆଇଟିଟିଏମକୁ ଯାଇ ଅଫଲାଇନରେ ମଧ୍ୟ ପଞ୍ଜୀକରଣ କରିପାରିବେ। ଶିବିର ପାଇଁ  ପଞ୍ଜୀକରଣ କରିବାର ଶେଷ ତାରିଖ ଏପ୍ରିଲ ୭ ତାରିଖ ରହିଛି।

Tags: #OdishaTourism #EcoTourism #EcoTouristGuide #IITTM #Odisha

Comment