ଓଡ଼ିଶା ଲାଇଭ୍ ବ୍ୟୁରୋ

ଲଣ୍ଡନରେ ୭ ରୁ ୯ ନଭେମ୍ବର ଯାଏଁ ଚାଲିଥିବା ବିଶ୍ଵ ଟ୍ରାଭେଲ୍ ମାର୍ଟରେ ସ୍ଥାନ ପାଇଥିଲା ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ପ୍ୟାଭେଲିୟନ। ରାଜ୍ୟର ସମସ୍ତ ମୁଖ୍ୟ ପର୍ଯ୍ୟଟନସ୍ଥଳୀର ଫୋଟୋଚିତ୍ର ସହିତ ଓଡ଼ିଶାର ବିଭିନ୍ନ କଳାକୃତି ସେଠାରେ ପ୍ରଦର୍ଶିତ ହେଇଥିଲା। ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ଵସ୍ତରରେ ଆହୁରି ଆଗକୁ ନେବା ଲକ୍ଷ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ୟାଭେଲିୟନ କରାଯାଇଥିଲା।

ଲଣ୍ଡନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ବ୍ରିଟେନର ପ୍ରଥମ ସଚିବ (ଟ୍ରେଡ୍) ଜଶପ୍ରୀତ୍ ସିଂହ ସୁଖିଜାଙ୍କୁ ଭେଟିଥିଲେ। ତାଙ୍କୁ ଓଡ଼ିଶାର ରଘୁରାଜପୁରର ତାଳପତ୍ର ପଟ୍ଟଚିତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ପର୍ଯ୍ୟଟନ ବଜାରର ପ୍ରଥମ ଦିନରେ ଭାରତୀୟ ଉଚ୍ଚାୟୁକ୍ତ ଏଚ୍ ଇ ବିକ୍ରମ ଦୁରାଇସ୍ଵାମୀ ମଧ୍ୟ ଓଡ଼ିଶା ପ୍ୟାୟଭେଲିୟନକୁ ବୁଲି ଦେଖିଥିଲେ।

ଏହି ପ୍ୟାୟଭେଲିୟନକୁ ଆସୁଥିବା ଅତିଥିମାନେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ। ଓଡ଼ିଶାରେ ପର୍ଯ୍ୟଟନଶିଳ୍ପର ଉନ୍ନତି ଦିଗରେ ଯେଉଁ ନୂଆ ପଦକ୍ଷେପ ନେଇହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ବ୍ରିଟେନର ଟୁର୍ ଅପରେଟରମାନଙ୍କ ପାଖରେ ଓଡ଼ିଶାର ପର୍ଯ୍ୟଟନ ସମ୍ବନ୍ଧରେ ସୂଚନା ଦେବା ପାଇଁ ଉଦ୍ୟମ କରାଯିବ ବୋଲି ଅତିଥିମାନେ କହିଥିଲେ।

Tags: #LondonWorldTradeMarket #OdishaTourism #OdiaCulture  #ଓଡ଼ିଶାପର୍ଯ୍ୟଟନବିଭାଗର

LEAVE A REPLY

Please enter your comment!
Please enter your name here