ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ବିଶିଷ୍ଟ ସାହିତ୍ୟିକା ତଥା ଔପନ୍ୟାସିକା ଡକ୍ଟର ପ୍ରତିଭା ରାୟ ସମ୍ମାନ ଜନକ ‘ପଦ୍ମଭୂଷଣ’ ପୁରସ୍କାର ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ସମ୍ମାନ ପ୍ରାପ୍ତ କରିଛନ୍ତି।

ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ଜଗତର ଯଶସ୍ଵୀ ଲେଖିକା ଡକ୍ଟର ପ୍ରତିଭା ରାୟଙ୍କୁ ‘ପଦ୍ମୁଭୂଷଣ’ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ଜାନୁଆରୀ ୨୫ ତାରିଖରେ ଡକ୍ଟର ପ୍ରତିଭା ରାୟଙ୍କୁ ଏହି ସମ୍ମାନ ମିଳିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

ଡକ୍ଟର ପ୍ରତିଭା ରାୟଙ୍କୁ ପୂର୍ବରୁ ମିଳିଥିବା ସମ୍ମାନ

ଡକ୍ଟର ପ୍ରତିଭା ରାୟଙ୍କୁ ଯାଜ୍ଞସେନୀ ପାଇଁ ୧୯୯୦ ମସିହାରେ ଶାରଳା ପୁରସ୍କାର, ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତିଦେବୀ ପୁରସ୍କାର, ୨୦୦୭ ମସିହାରେ ପ୍ରତିଭା ରାୟଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହ ସାହିତ୍ୟ ରଚନା କ୍ଷେତ୍ରରେ ଶିଳାପଦ୍ମ ପାଇଁ ୧୯୮୬ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି। ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୧ରେ ‘ଜ୍ଞାନପୀଠ’ ପୁରସ୍କାର ସେ ପ୍ରାପ୍ତ କରିଛନ୍ତି।

Tags: #DrPrativaRay #OdiaWritter #PadmaBhushanAward #Novelist #PresidentOfIndia #RamnathKovind

Comment