ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଅମୀର ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ପରିବାର ସଦସ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ କହିଛନ୍ତି।

ଏହି ଟୁଇଟରରେ  ଅମୀର ଲେଖିଛନ୍ତି, “ମୋର କିଛି ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଵାରେଣ୍ଟାଇନ କରି ଦିଆଯାଇଛି। ବିଏମସି ଅଧିକାରୀମାନେ ତୁରନ୍ତ ମେଡିକାଲ ସୁବିଧା ଉପଲବ୍ଧ କରାଇଥିବାରୁ ମୁଁ ବିଏମସିକୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେମାନେ ମୋ ଷ୍ଟାଫମାନଙ୍କର ଭଲରେ ଦେଖାଶୁଣା କରୁଛନ୍ତି। ଏହାସହିତ ପୁରା ସୋସାଇଟିକୁ ସାନିଟାଇଜ୍ କରୁଛନ୍ତି।”

ସେ ଆହୁରି ଲେଖିଛନ୍ତି, “ଆମ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି ଏବଂ ଆମର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ମୁଁ ମୋ ମାଆଙ୍କର କରୋନା ଟେଷ୍ଟ କରେଇବି। ସେ ହିଁ ଏକୁଟିଆ ଅଛନ୍ତି ଯାହାଙ୍କର କରୋନା ଟେଷ୍ଟ ହୋଇନାହିଁ’’।

Comment