ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ବନ୍ୟା ପୀଡ଼ିତଙ୍କୁ ବିଜେଡି ନେତା ହେବେ ସାହା। ଦଳର ବିଧାୟକ ଓ ସାଂସଦମାନଙ୍କୁ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଛନ୍ତି। ବିଧାୟକ ଓ ସାଂସଦମାନେ ସେମାନଙ୍କ ଏକ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଶ୍ରୀ ଆରୁଖ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। ଏହାସହ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ମାସକର ଦରମା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ମାଧ୍ୟମରେ ଏହି ଅନୁରୋଧ କରାଯାଇଛି।
ପୂର୍ବରୁ ଓଡ଼ିଶା ସରକାର କେରଳ ବନ୍ୟା ପୀଡ଼ିତଙ୍କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଉଦ୍ଧାରକାରୀ ଟିମ୍ ମଧ୍ୟ ଓଡ଼ିଶା ସରକାର କେରଳକୁ ପଠାଇଥିଲେ।

















