ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ସାଉଥ୍‌ମ୍ପଟନ୍‌ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି। ୧-୨ରେ ପଛୁଆ ରହିଥିବା ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏହି ଟେଷ୍ଟ ଜିତି ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ।

୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ପ୍ରଥମ ଦୁଇ ଟେଷ୍ଟ ଜିତି ନେଇଥିଲା ବେଳେ ଭ୍ରମଣକାରୀ ଭାରତ ‘କର ବା ମର’ ତୃତୀୟ ଟେଷ୍ଟ ଜିତିନେଇଥିଲା।

ଚତୁର୍ଥ ଟେଷ୍ଟ ହାରିଗଲେ ଭାରତ ହାତରୁ ଶୃଙ୍ଖଳା ଚାଲିଯିବ। ଅନ୍ୟପକ୍ଷରେ ଏହି ଟେଷ୍ଟ ଜିତି ପଞ୍ଚମ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା କବ୍‌ଜା କରିନେବା ଲକ୍ଷ୍ୟରେ ରହିଛି ଇଂଲଣ୍ଡ ଦଳ।

ଚଳିତ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ଦ୍ରୁତ ବୋଲରମାନେ ମୋଟ ୪୬ରୁ ୩୮ ଓ୍ଵିକେଟ୍‌ ଦଖଲ କରିସାରିଥିବାରୁ ଚତୁର୍ଥ ଟେଷ୍ଟରେ ବି ପେସ୍ ବୋଲିଂ ଦବଦବା ରହିବ।

Comment