ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିଏସ୍‌ଆଇ (ଇନଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟେରିଜ୍ ଅଫ୍ ଇଣ୍ଡିଆ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହର ୪୬ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇସିଏସ୍‌ଆଇ ସ୍ଥାପନର ୫୦ ବର୍ଷ ଭିତରେ ବହୁ ମାଇଲ୍ ଖୁଣ୍ଟ ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଥିଲେ।

“କମ୍ପାନିର ବିକାଶରେ କମ୍ପାନି ସେକ୍ରେଟାରୀମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ପୂର୍ବ ଭାରତର ଏକ ମାନୁଫାକଚରିଂ ହବ୍‌ ଭାବେ ବେଶ୍ ପରିଚିତ। ମୋରବିଶ୍ୱାସ, ଆଗାମୀ ଦିନରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ୍ କମ୍ପାନି ସେକ୍ରେଟାରୀମାନଙ୍କ ନିମନ୍ତେ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଇସିଏସ୍ଆଇ ସଭାପତି ମକରନ୍ଦ ଲେଲେ କହିଥିଲେ, “ପୂର୍ବରୁ ଇନଷ୍ଟିଚ୍ୟୁଟ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ କମ୍ପାନି ସେକ୍ରେଟାରୀମାନଙ୍କର ବୃତ୍ତିକୁ ଅଧିକ ଉନ୍ନତ ତଥା ନିୟନ୍ତ୍ରଣ କରିବାର ଲକ୍ଷ୍ୟ ନେଇ ଗଠନ କରାଯାଇଥିଲା। ଆଜି ଏହି ସଂସ୍ଥା ବୃତ୍ତିଗତ ଉତ୍କୃଷ୍ଟତା ପାଇଁ ବିଶ୍ୱସ୍ତରୀୟ ଅଗ୍ରଣୀ ଅନୁଷ୍ଠାନ ପାଇଁ ଅଗ୍ରସର ହେବା ଦିଗରେ ଅନେକ ପଥ ଅତିକ୍ରମ କରି ଚାଲିଛି।”

ସେ ଆହୁରି କହିଥିଲେ ଯେ କମ୍ପାନି ଅଧିନିୟମ୧୯୫୬ ଅନୁଯାୟୀ କମ୍ପାନିମାନଙ୍କର ଭୂମିକା ସୀମିତ ରହିଥିଲା। ହେଲେ ଏବେ ଆମେ ଆଗକୁ ବଢ଼ିଛୁ। ପୁଞ୍ଜିବଜାରରେ ଦେଶର କର୍ପୋରେଟ ସଂସ୍କୃତିକୁ ସୁସଙ୍ଗଠିତ କରିବା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଛୁ।

ଏହି ଅବସରରେ ଅଧ୍ୟକ୍ଷ, ଟାଟାଷ୍ଟିଲ ଏସଇଜେଡ୍ ଲିମିଟେଡର ଅଧ୍ୟକ୍ଷ ଅରୁଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶର ଅଗ୍ରଣୀ କର୍ପୋରେଟ ହାଉସମାନଙ୍କ ସିଇଓ, ସିଏଫ୍ଓ ଏବଂ ବରିଷ୍ଠ କମ୍ପାନି ସେକ୍ରେଟାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here