ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ସେ ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ। ଝାରସୁଗୁଡ଼ା ବିମାନ ବନ୍ଦର ଲୋକାର୍ପଣ କରିବା ସହ ଏମ୍‌ସିଏଲ୍‌ର ନୂଆ ରେଳ ଲାଇନକୁ ଲୋକାର୍ପଣ କରିବେ। ଏହାସହ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ।

୨୨ ତାରିଖରେ ମୋଦି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ାରେ ଓହ୍ଲାଇବେ। ଝାରସୁଗୁଡ଼ା ଏୟାରପୋର୍ଟକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।

୯୦୯.୨୨ ଏକର ଜମିରେ ନିର୍ମାଣ ହୋଇଛି ଝାରସୁଗୁଡ଼ା ଏୟାରପୋର୍ଟ। ଏଥିପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ରାଜ୍ୟ ସରକାର ୫୦ କୋଟି ଟଙ୍କାର ସହାୟତା ଦେଇଛନ୍ତି।

ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ସରଡେଗାକୁ ଏମ୍‌ସିଏଲ୍ ପକ୍ଷରୁ ନୂଆ ରେଳ ଲାଇନ୍ ତିଆରି କରାଯାଇଛି। ଏଥିପାଇଁ ୧୦୪୪ କୋଟି ଟଙ୍କା ବ୍ୟୟରେ ନୂଆ ରେଳ ଲାଇନ ତିଆରି କରାଯାଇଛି।

Comment