ଓଡ଼ିଶାଲାଇଭ୍ ବ୍ୟୁରୋ

  • ତୈଳ ଦର ବୃଦ୍ଧିର ପ୍ରତିବାଦ
  • କଟକରେ କଂଗ୍ରେସର ପ୍ରତିବାଦ
  • ଟାୟାର ଜାଳି ରାସ୍ତାରୋକ କଲେ କଂଗ୍ରେସ କର୍ମୀ
  • ରାଜପଥରେ ଅଟକି ରହିଲା ଗାଡ଼ି

ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ନଗର କଂଗ୍ରେସ ଆଜି ଏକ ଘଣ୍ଟା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲ। ଜାତୀୟ ରାଜପଥ ବାଲିକୁଦାଠାରେ ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଥିଲା।

ଏହାପରେ କଟକ-ଭୁବନେଶ୍ୱର ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ରାସ୍ତାରୋକ ହୋଇଥିଲା। ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବା ଯୋଗୁଁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାତର ତୈଳ ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ପ୍ରଭାବ ପଡ଼ୁଛି।

ଇଂ ମହମ୍ମଦ ମୋକିମ କହିଛନ୍ତି, “ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ପାଇଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାର ପ୍ରତିବାଦରେ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ସାଧାରଣ ଲୋକେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।”

ତୈଳ ଦର ନିୟନ୍ତ୍ରଣ ହୋଇପାରୁ ନଥିବାରୁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି।

Comment