ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କମୁନି ତେଲ ତାତି। ଅଶୋଧିତ ତେଲ ଉତ୍ପାଦନ କମ୍ ଯୋଗୁଁ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତେଲ ଦର। ଏହାର ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକରେ ତେଲ ଦର ବଢ଼ିବାରେ ଲାଗିଛି। ସେହିପରି ଓଡ଼ିଶାର ମାଲକାନଗିରି ଜିଲ୍ଲାର କାଲିମେଳାରେ ସର୍ବାଧିକ ତେଲ ଦର ରେକର୍ଡ କରାଯାଇଛି।

କାଲିମେଳାରେ ପେଟ୍ରୋଲ ଦର ଲିଟର ପିଛା ୧୧୦ ଟଙ୍କା ୧୧ ପଇସା ଏବଂ ଡିଜେଲ ଦର ୧୦୪ ଟଙ୍କା ୬୮ ପଇସା ରହିଛି। ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୦୯ ଟଙ୍କା ୧୧ ପଇସା ଥିବାବେଳେ ଡିଜେଲ ଦର ୧୦୪ ଟଙ୍କା ୩୯ ପଇସା ରହିଛି। ପାଖାପଖି ଏକ ସପ୍ତାହ ହେବ ତେଲ ଦର ବୃଦ୍ଧି ପାଉଥିବା କହିଛନ୍ତି ଏଠାକାର ବାସିନ୍ଦା।

ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଏତେ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରମାଗତ ଭାବେ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଏପେଟ ରାଜଧାନୀ ଭୁବନେଶ୍ଵରରେ ବି ତେଲ ଦର ବୃଦ୍ଧି ପାଇଛି। ତଥ୍ୟ ଅନୁସାରେ ପେଟ୍ରୋଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ୩୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୬୭ ପଇସା ଏବଂ ଡିଜେଲ ୯୯ ଟଙ୍କା ୩୭ ପଇସା ରହିଛି।

ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୪ ପଇସା ଏବଂ ଡିଜେଲ ଦର ୯୧ ଟଙ୍କା ୯୧ ପଇସା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୮.୬୪ ଏବଂ ଡିଜେଲ ୯୮.୭୬ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୧୦୩.୩୩ ଓ ଡିଜେଲ ୯୪.୧୪ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୧୦୦.୦୨ ଓ ଡିଜେଲ ୯୫.୫୬ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here