ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ବଢିଲା ତେଲ ଦର। କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବାବେଳେ ଡିଜେଲ ୩୨ ପଇସା ବଢ଼ିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୦୯ ପଇସା ଏବଂ ଡିଜେଲ ଦର ୧୦୩ ଟଙ୍କାରୁ ଅଧିକ ଥିବା ସୂଚନା ମିଳିଛି।

ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୫୪ ପଇସା ଏବଂ ଡିଜେଲ ୯୮ ଟଙ୍କା ୧୧ ପଇସା ହୋଇଛି। ସେହିପରି ଗୁରୁବାର ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୨୯ ପଇସା ଏବଂ ଡିଜେଲ ୯୭ ଟଙ୍କା ୭୯ ପଇସା ରହିଥିଲା। ବୁଧବାର ପେଟ୍ରୋଲ ଦର ୧୦୨.୦୪ ରହିଥିବାବେଳେ ଡିଜେଲ ୯୭.୪୬ ରହିଥିଲା।

ସେପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସେହିପରି ଦେଶର ଅନ୍ୟ ତିନୋଟି ମହାନଗର ନିଗମରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି।

ତଥ୍ୟ ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୯୫ ପଇସା ଥିବାବେଳେ, ଡିଜେଲ ଲିଟର ପିଛା ୯୭ ଟଙ୍କା ୮୪ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ୯୯ ଟଙ୍କା ୫୮ ପଇସା, ଡିଜେଲ ଲିଟର ପିଛା ୯୪ ଟଙ୍କା ୭୪ ପଇସା ଏବଂ କୋଲକାତାରେ ପେଟ୍ରୋଲ ଦର ୧୦୨ ଟଙ୍କା ୪୭ ପଇସା, ଡିଜେଲ ଲିଟର ପିଛା ୯୩ ଟଙ୍କା ୨୭ ପଇସା ରହିଛି।

Comment