ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲ ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ, ଡିଜେଲ୍। ପେଟ୍ରୋଲ ଲିଟର ୮୦ ଛୁଇଁଥିବାରୁ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ବିଜେଡିର ଛାମୁଆ ସଙ୍ଗଠନ ଛାତ୍ର, ଯୁବ ଏବଂ ମହିଳା ଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ପେଟ୍ରୋଲ୍ ଟାଙ୍କି ସମ୍ମୁଖରେ ପ୍ରତିବାଦ କରଛି ବିଜେଡି। ଲିଫ୍‌ଲେଟ୍ ବାଣ୍ଟି ଲୋକଙ୍କୁ ତୈଳ ଦର ବୃଦ୍ଧି ସମ୍ପର୍କରେ ସଚେତନ କରିଛି।

ସକାଳ ୧୦ଟାରୁ ୧୨ ଯାଏଁ ଚାଲିଥିଲା ଏହି ପ୍ରତୀକ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ ବିଜେଡି କର୍ମୀ। ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିବ ଏଭଳି ପ୍ରତିବାଦ।

“ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ। ପେଟ୍ରୋଲ ଦର ଏବେ ୮୦ ଟପିଲାଣି। ୧୦୦ ଟଙ୍କା ଟପିଯିବ। କେନ୍ଦ୍ର ସରକାର ନିଜ ଦାୟିତ୍ୱ ପ୍ରତି ସଚେତନ ରହିବା ଦରକାର”, କହିଛନ୍ତି ମେୟର ଅନନ୍ତ ନାରାୟଣ ଜେନା।

ବିଏମ୍‌ସି କର୍ପୋରେଟର୍ ମୋନାଲିସା ସାହୁ କହିଛନ୍ତି, “ତୈଳଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଆମେ ଏହାର ପ୍ରତିବାଦ କରୁଛୁ। ମୋଦି ସରକାରଙ୍କ ମନମୁଖି ଶାସନର ଏହା ହେଉଛି ପ୍ରତିଫଳନ। ସେ ପ୍ରତିଶ୍ରୁତି ଦେଉଛନ୍ତି ଗୋଟିଏ ପ୍ରକାର ଓ କାମ କରୁଛନ୍ତି ଆଉ ଗୋଟିଏ ପ୍ରକାରର। ତେଲ ଦରର ବୃଦ୍ଧି ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହୋଉଛନ୍ତି।”

Comment