ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେ ଶାଗୁକୁ କେବଳ ଖାଦ୍ୟ ଭାବେ ବ୍ୟବହାର କରୁ। ହେଲେ ଶାଗୁ ଆମ ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…
- ଅଳ୍ପ ଶାଗୁକୁ ଗୁଣ୍ଡ କରି ସେଥିରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଏପରି ନିୟମିତ କଲେ ତ୍ୱଚାରେ ଚମକ ଫେରିଥାଏ।
- ଶାଗୁ ଗୁଣ୍ଡରେ କ୍ଷୀର ଓ ହଳଦୀ ମିଶାଇ ଲଗାଇଲେ ମୁହଁରୁ ଟ୍ୟାନ୍ ଦୂର ହୋଇଥାଏ।
- ସେହିପରି ଶାଗୁ ଗୁଣ୍ଡରେ ମହୁ ବା ଲେମ୍ବୁ ମିଶାଇ ଲଗାଇଲେ ମୁହଁରେ ଥିବା ଦାଗ ସବୁଦିନ ପାଇଁ ଲିଭିଯାଇଥାଏ।
- ଶାଗୁ ସହ ଅଲିଭ୍ ଅଏଲ୍ ମିଶାଇ କେଶରେ ଲଗାନ୍ତୁ। ଏପରି କରିବାଫଳରେ ସମସ୍ତ ପ୍ରକାର କେଶ ସମସ୍ୟାରୁ ମୁକ୍ତି ମିଳିଥାଏ।
- ସେହିପରି ଶାଗୁ ଗୁଣ୍ଡରେ ହଳଦୀ ଏବଂ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳିଥାଏ।
- ଶାଗୁ ଗୁଣ୍ଡରେ କିଛି ଚାଉଳ ଗୁଣ୍ଡ କିମ୍ବା ଅଟା ମିଶାଇ ମୁହଁରେ ଲଗାଇଲେ କୁଞ୍ଚନ ରେଖାରୁ ମଧ୍ୟ ମୁକ୍ତି ମିଳିଥାଏ।