ଓଡ଼ିଶାଲାଇଭ୍ ବ୍ୟୁରୋ

  • ତୈଳ ଦର ବୃଦ୍ଧି ପ୍ରତିବାଦରେ କରାଯାଇଥିଲା ବନ୍ଦ ଡାକରା
  • ମୟୁରଭଞ୍ଜବାସୀ ପ୍ରଭାବିତ
  • ସମର୍ଥନ କଲେ ବିଶିଷ୍ଟ ନେତା
  • ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବନ୍ଦ ପାଳନ

ତୈଳ ଦର ଲଗାତାର ବୃଦ୍ଧି ପାଇବାରୁ ସୋମବାର ଦିନ ବାର ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ଡାକରା ଭାରତୀୟ ଜାତୀୟ କଗ୍ରେସ ଏବଂ ତାଙ୍କ ସହଯୋଗୀ ଦଳ ତରଫରୁ ହୋଇଥିଲା। ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଭାବିତ କରିଥିଲା।

ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସ ଏବଂ ତାଙ୍କ ସହଯୋଗୀମାନେ ବାରିପଦା ସହର ସମେତ ଜାତୀୟ ରାଜପଥରେ ପିକେଟିଂ କରି ଯାନବାହନ ଚଳାଚଳ ଵନ୍ଦ କରିଥିଲେ। କା ଭା ସରକାରୀ ଅଫିସ ଖୋଲା ଥିବାବେଳେ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନ ଏହି ଡାକରା ଯୋଗୁଁ ପ୍ରଭାବିତ ହୋଇଥିଲା। ବାରିପଦାର ସଦର ମହକୁମା ବାରିପଦା ସମେତ ଉଦଳା କରଜିଆ ରାଇରଙ୍ଗପୁର ଯଶିପୁରରେ ମଧ୍ୟ ଏହି ଵନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

ତେବେ ମୟୂରଭଞ୍ଜ ଜିଲ୍ଲାରେ ଏହି ଵନ୍ଦ ପାଳନ ଶାନ୍ତିପୂର୍ଣ ଭାବେ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ଦଳ ସହିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସିପିଆଇ ସିପିଏମ ୟୁସିପିଆଇ ପ୍ରମୁଖ ଦଳର ନେତାମାନେ ମଧ୍ୟ ଏହି ଡାକରାକୁ ସମର୍ଥନ କରିଥିଲେ।

Comment