ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତର ଦାମୋଦର ରାଉତ ଦୁର୍ନୀତି ପ୍ରସଙ୍ଗ ଉଠାଇ ଦଳରୁ ବହିଷ୍କୃତ ହେବା ପରେ ବିଜେପି ଏବେ ବିଜେଡିକୁ ଘେରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେ ସ୍ୱଚ୍ଛ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି।

ନବୀନଙ୍କ ଫଟୋ ମଝିରେ ରଖି ତାଙ୍କ ଚାରିପଟେ ବିଭିନ୍ନ ନେତାଙ୍କ ଫଟୋ ରଖି ବିଜେପି ଏକ ପୋଷ୍ଟର ରିଲିଜ କରିଛି। ଏହି ନେତାମାନଙ୍କୁ ବିଜେପି ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବା କହି ନବୀନଙ୍କ ଭାବମୂର୍ତ୍ତି ଉପରେ ଆଙ୍ଗୁଠି ଦେଖାଇଛି।

ସମୀର ମହାନ୍ତି କହିଛନ୍ତି, “ଦୁର୍ନୀତିଖୋର ନେତାଙ୍କ ସର୍ଦ୍ଦାର ହେଉଛନ୍ତି ନବୀନ ପଟ୍ଟନାୟକ। ସ୍ୱଚ୍ଛତାର ମୁଖା ପିନ୍ଧି ଓଡ଼ିଆ ଲୋକଙ୍କୁ ବୋକା ବନାଉଛନ୍ତି ସେ। ଚତୁରେ ଚତୁରେ କୋଳାକୋଳି ଆଉ ଚାଲିପାରିବ ନାହିଁ।”

ସମୀର ପ୍ରଶ୍ନ କରିଛନ୍ତି ଯେ ପ୍ରଶାନ୍ତ ନନ୍ଦଙ୍କୁ କେଉଁ ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବାହର କରାଯାଇଥିଲା? ତାଙ୍କୁ ପୁଣି ସାଂସଦ କେମିତି କରାଗଲା? ବିଭିନ୍ନ ଦୁର୍ନୀତି ଏବଂ ଚିଟଫଣ୍ଡ ଘୋଟାଲାରେ ଜଡ଼ିତ ଥିବା ନେତାଙ୍କୁ ନବୀନ କେମିତି ଆଗରେ ରଖିଛନ୍ତି?

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଉପସ୍ଥିତ ଥିଲେ।

Comment