ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଯୁବ ବାହିନୀ ଗଠନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଭୁବନେଶ୍ୱର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ନିରଞ୍ଜନ ରାଜ୍ୟ ସରକାରଙ୍କୁ ହମ୍‌ଲା କରିଛନ୍ତି। ୨୦୧୯ ନିର୍ବାଚନ ପାଇଁ ସରକାର ବିଜୁ ଯୁବ ବାହିନୀ ଗଠନ କରି ରାଜକୋଷରୁ ଅଯଥା ଟଙ୍କା ବରବାଦ କରୁଥିବା ଅଭିଯୋଗ କରିଛନ୍ତି।

“ଦଳୀୟ ପ୍ରଚାର ପାଇଁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରିଛନ୍ତି। ଏଥିପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ୩ ବର୍ଷ ପାଇଁ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଦେଢ଼ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ସରକାର”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସର ଏହି ଅଭିଯୋଗର ଜବାବ ଦେଇଛି ବିଜେଡି।

ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିଜୁ ଯୁବ ବାହିନୀ ହେଉଛି ସ୍ୱେଚ୍ଛାସେବୀ ସଙ୍ଗଠନ। ଯୁବକମାନେ ସ୍ୱଇଚ୍ଛାରେ ଏଥିରେ ସାମିଲ ହେଉଛନ୍ତି। କଂଗ୍ରେସ ଯଦି ବୁଝିପାରୁ ନାହିଁ ତାହାଲେ ୱେବସାଇଟ୍ ଚେକ୍ କରୁ।”

Comment