ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ – ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ପ୍ରବଳ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତ ହେବା ଫଳରେ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଭୂପଡ଼ ଗ୍ରାମରେ ଜଣେ ମହିଳା ପ୍ରାଣ ହରାଇ ଥିବାବେଳେ ଦୁଇ ଶିଶୁ ଆହତ ହୋଇଛନ୍ତି।

ମୃତ ମହିଳା ଜଣକ ହେଲେ ଭୂପଡ଼ ଗ୍ରାମର ଚିତ୍ରା ହେମ୍ରମ। ଆହତ ଦୁଇ ଶିଶୁ ହେଉଛନ୍ତି ମୃତ ମହିଳାଙ୍କ ନାତି ଓ ନାତୁଣୀ। ଅପରାହ୍ନରେ ଜେଜେମା’ଙ୍କ ସହିତ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ନାତି ଓ ନାତୁଣୀ।

ଗାଧୋଇ ସାରି ଘରକୁ ଫେରିବା ବାଟରେ ଏହି ଅଘଟଣ ଘଟିଥିଲା। ଆହତ ଶିଶୁମାନଙ୍କୁ ତୁରନ୍ତ ଖୁଣ୍ଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜେଜେମା’କୁ ମୃତ ଘୋଷଣା କରାଯାଇଥିଲା। ଖୁଣ୍ଟା ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Comment