ଓଡ଼ିଶାଲାଇଭ୍ ବ୍ୟୁରୋ

୫ ଦଫା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଶା ଡିପ୍ଲୋମା ଇଂଜିନିୟରିଂ ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନ କରିବା ଫଳରେ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ।

ରାଜ୍ୟ ସଂଘର ଡାକରାରେ ମୟୂରଭଞ୍ଜ ଜିଲ୍ଲାର ଡିପ୍ଲୋମା ଇଂଜିନିୟରିଂ ସଂଘ ପକ୍ଷରୁ ଆଜି କାମ ବନ୍ଦ ଅ।ନ୍ଦୋଳନ କରିଛନ୍ତି। ୫ ଦଫା ଦାବି ନେଇ ସଂଘ ଅ।ନ୍ଦୋଳନକୁ ଓହ୍ଲାଇଛି।

ଜିଲ୍ଲାର ବିଭିନ୍ନ ବିଭାଗରେ କାମ କରୁଥିବା ସମସ୍ତ ଡିପ୍ଲୋମା ଇଂଜିନିୟରମାନେ ସମୂହ ଛୂଟିରେ ଅଛନ୍ତି। ସମଗ୍ର ଜିଲ୍ଲାର ବିଭିନ୍ନ ବିଭାଗର କାମରେ ବାଧାପ୍ରାପ୍ତ ହୋଇଛି।

ସରକାରଙ୍କ ଚରମ ଅବହେଳାର ଶିକାର ହୋଇଥିବାରୁ ଶେଷରେ ସଂଘ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଅ।ଯାଇଛି ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।

ବିଶେଷକରି ପଞ୍ଚାୟତିରାଜ ବିଭାଗରେ କାମ କରୁଥିବା ଜିପିଟିଏମାନଙ୍କୁ ରେଗୁଲାର କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।

ଯଦି ଖୁବ୍‌ଶୀଘ୍ର ସରକାର ସଂଘର କର୍ମକର୍ତ୍ତାମାନଙ୍କ ସହିତ ସକାର।ତ୍ମକ ଅ।ଲୋଚନା କରି ଏହାର ସମାଧାନ ନ କଲେ, ତେବେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ବାଧାପ୍ରାପ୍ତ ହେବାସହ ଜନସାଧାରଣ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comment