ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ପୁରୀରେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରଣୀରେ ଯୋଗଦେବେ।

ଓଡ଼ିଶାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ଭୁବନେଶ୍ୱର ବିମାନ ବନ୍ଦରରେ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବୋନ୍ଧନା ଜଣାଇଛନ୍ତି ବିଜେପି ନେତା ଓ ସମର୍ଥକ।

ସେ ବିମାନ ବନ୍ଦରରୁ ସିଧା ପୁରୀ ଯାଇ ବିଜେପି ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରଣୀର ଉଦ୍‌ଘାଟନ କରିବେ। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା ସମୟରେ ଶାହଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ପୁରୀ ପହଞ୍ଚିବା ପରେ ହୋଟେଲ ଗୋଲଡ଼େନ୍ ପ୍ୟାଲେସରେ ରାଷ୍ଟ୍ରିୟ କାର୍ଯ୍ୟକାରିଣୀକୁ ଉଦ୍‌ଘାଟନ କରିବେ ଶାହ। କାର୍ଯ୍ୟକାରିଣୀ ବୈଠକରେ ଶାହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହ ଦେଓ ଏବଂ ବହୁ ବରିଷ୍ଠ ନେତାମାନେ ସାମିଲ ହେବେ।

ସେହିପରି ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହଟକର ଓ ସାରା ଦେଶର ୩ଶହରୁ ଅଧିକ ବିଜେପି ନେତ୍ରୀ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ଗସ୍ତ ପୂର୍ବରୁ ଶାହ ଟୁଇଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍‌ରେ ଲେଖିଛନ୍ତି, “ଆୟୁଷ୍ମାନ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ଦୁର୍ଭାଗ୍ୟପୂର୍ଣ୍ଣ। ରାଜନୈତିକ ସ୍ୱାର୍ଥ କିମ୍ବା ବିଦ୍ୱେଷରୁ ମୁଖ୍ୟମନ୍ତ୍ରୀ ଏପରି କରିଥିବା କହିଛନ୍ତି ସେ।“

Comment