ଓଡ଼ିଶାଲାଇଭ୍ ବ୍ୟୁରୋ

ଦାବି ପୂରଣ ନ ହେବାରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ଅଗ୍ନିଶମ ଵିଭାଗର କର୍ମଚାରୀ।
ଆଜି ରାଜ୍ୟ ସଂଘର ଡ଼ାକରାରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ୨୪ ସେପ୍ଟେମ୍ବରଠାରୁ ଆରମ୍ଭ ହୋଇ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ।
ସେମାନଙ୍କର ଵିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଦଫା ୮ ଦାବି ସମ୍ଵଳିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ।
ଦାବି ପୂରଣ ହେଉନଥିବାରୁ ଅଗ୍ନିଶମ ଵିଭାଗର କର୍ମଚାରୀମାନେ ଜିଲ୍ଲା କାର୍ଯ୍ୟାଳୟ ସମ୍ମଖରେ ଏହି ଧାରଣା ଦେଇଛନ୍ତି।
ଏଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଜରୁରୀ ସେବା ସଂପୂର୍ଣ ବନ୍ଦ ରହିଛି।

















