ଓଡ଼ିଶାଲାଇଭ୍ ବ୍ୟୁରୋ

ପାଚିକା ନିଯୁକ୍ତିରେ ଅନୀୟମିତତା ଅଭିଯୋଗରେ ରାସଗୋବିନ୍ଦପୁର ବ୍ଲକର ପାଚିକା ସଂଘ ପକ୍ଷରୁ ଧାରଣା।
ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଅଙ୍ଗାର ଗଡ଼ିଅ। ପ୍ରାଥମିକ ବିଦ୍ୟାଳୟର ପାଚିକାମାନେ ଗତ ଶନିବାର ଦିନ ଧାରଣାରେ ବସିଥିଲେ।
ପାଚିକା ନିଯୁକ୍ତିରେ ଅନୀୟମିତତା ଅଭିଯୋଗରେ ରାସଗୋବିନ୍ଦପୁର ବ୍ଲକ ପାଚିକା ସଂଘ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା।
ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ କରିବାକୁ ସରସ୍ଵତୀ ମାଝି ନାମକ ଜଣେ ମହିଳାଙ୍କ ନିଯୁକ୍ତିକୁ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ନିଯୁକ୍ତିରେ ଅନୀୟମିତତା ଅଭିଯୋଗ କରିବା ସହିତ ଏହାକୁ ବାତିଲ କରିବା ଦାବିରେ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରାଯାଇଥିଲା।
ଏହାପରେ ବ୍ଲକ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବାପରେ ପାଚିକା ସଂଘ ଧାରଣାରୁ ଓହରିଥିଲେ।

















