ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାସ୍ଥିତ ଡାକୋଇ ଗ୍ରାମର ଚଲା ମହାକୁଡ଼ଙ୍କ ତିନି ବର୍ଷର ଶିଶୁପୁତ୍ର କୂଅରେ ପଡ଼ି ପ୍ରାଣ ହରାଇଛି।

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଡାକୋଇ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ତିନି ବର୍ଷର ଶିଶୁପୁତ୍ର ନିଜ ଘର ଅଗଣାରେ ଥିବା କୂଅରେ ପଡ଼ି ପ୍ରାଣ ହରାଇଛି।

ଡାକୋଇ ଗ୍ରାମରେ ବାସ କରୁଥିବା ଚଲା ମହାକୁଡ଼ଙ୍କ ତିନି ବର୍ଷର ଶିଶୁପୁତ୍ର ପ୍ରତୀଶ ମହାକୁଡ଼ ସୋମବାର ଅପରାହ୍ନରେ ନିଜ ଘର ଅଗଣାରେ ଥିବା କୂଅରେ ପଡ଼ିଯିବାରୁ ତା’ର ମୃତ୍ୟୁ ହୋଇଛି।

ବାପା, ମା’ ପିଲାଟିକୁ ଘରେ ନ ପାଇବାରୁ ବହୁତ ଖୋଜାଖୋଜି କରି ଶେଷରେ ବାଡ଼ିରେ ଥିବା କୂଅ ଉପରେ ନଜର ପକାଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଶିଶୁଟି କୂଅରେ ପଡ଼ି ତା’ର ପ୍ରାଣ ହରାଇ ସାରିଥିଲା।

ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ତେବେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଧାରଣାରେ ବସିଥିବାରୁ ଗ୍ରାମବାସୀମାନେ ପାଣି ପମ୍ପ ସାହାଯ୍ୟରେ କୂଅ ଭିତରୁ ମୃତ ଶିଶୁକୁ ଉଦ୍ଧାର କରିଥିଲେ।

Comment