ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲାରେ ମଙ୍ଗଳବାର ଦିନ ଏକ ବୋଲେରୋ ନାଳ ଭିତରକୁ ଖସି ପଡ଼ିବାରୁ ଗୋଟିଏ ପରିବାରର ୫ ଜଣ ମୃତ ଏବଂ ୨ ଜଣ ଆହତ ହୋଇଛନ୍ତି।

ପୁରୀ ଜିଲ୍ଲାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଅସ୍ଥି ବିସର୍ଜନ କରିବାକୁ ଯାଉଥିବାବେଳେ ବୋଲେରୋ ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡ଼ିଯିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତରାପଲ୍ଲୀର କେ.ଜଗଦୀଶ, ତାଙ୍କ ସ୍ତ୍ରୀ କେ.କ୍ରୀଷ୍ଣା, କେ ୟାମାବତୀ, ପୁଅ କେ.ଅଭିମନ୍ୟୁ ଓ କେ.ଲତା।

ସେମାନେ ସାମନ୍ତରାପଲ୍ଲୀର କେ ଜଗଦୀଶଙ୍କ ବାପା କେ. ମୁରଲୀଙ୍କର ଅସ୍ଥି ବିସର୍ଜନ ଲାଗି ଦୁଇଟି ପରିବାରର ସଦସ୍ୟମାନେ ଦୁଇଟି ବୋଲେରୋ ଗାଡ଼ିରେ ପୁରୀ ଅଭିମୁଖେ ଯାଉଥିଲେ।

ସୋମବାର ଭୋର ୫.୩୦ ସମୟରେ ନିରାକାରପୁର – ପୁରୀ ରାସ୍ତାରେ ରୁଆ ଓ ଭାଇଲପୁର ଛକ ମଝିରେ ଡ୍ରାଇଭରର ଆଖି ଲାଗିଯିବାରୁ ଗାଡି ୫ ଫୁଟ ତଳକୁ ନାଳ ମଧ୍ୟକୁ ଖସି ପଡ଼ିଥିଲା। ନାଳରେ ବର୍ଷା ପାଣି ଜମିରହିଥିବାରୁ ଗାଡ଼ି ବାହାରକୁ ବାହାରି ପାରିନଥିଲା।

ପଛରେ ଆସୁଥିବା ଆଉ ଏକ ବୋଲେରୋ ଗାଡ଼ି ସେମାନଙ୍କୁ ଉଦ୍ଧାର କରି ଚନ୍ଦନରପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦନରପୁର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବାସହ ମୃତକ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାର ଘୋଷଣା କରିଛନ୍ତି।

Comment