ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ଗତ ୮ ଦିନ ହେଲା ନିଖୋଜ ଥିବା ଜଣେ ଯୁବକର ମୃତଦେହକୁ କପ୍ତିପଦା ପୋଲିସ ମାଟିତଳୁ ଉଦ୍ଧାର କରିଛି। କପ୍ତିପଦା ଥାନା ଅନ୍ତର୍ଗତ ଡାହିଗଡି ଗ୍ରାମର ଚେମା ସୁଜଇ ଗତ ୧୭ ତାରିଖରୁ ନିଖୋଜ ଥିଲା ବୋଲି ପରିବାର ପକ୍ଷରୁ ୧୯ ତାରଖରେ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା।

ଏହି ମାମଲାରେ କପ୍ତିପଦା ପୋଲିସ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା। ସେମାନଙ୍କ ବୟାନକୁ ଭିତ୍ତିକରି ପୋଲିସ ନିଖୋଜ ଯୁବକର ମୃତଦେହକୁ ଜବତ କରିବା ସହିତ ସେ ଦୁଇ ଯୁବକଙ୍କ ମଧ୍ୟରୁ ସୁରେନ୍ଦ୍ର ପାତ୍ର ନାମକ ଜଣେ ଯୁବକକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ତାସଖେଳକୁ କେନ୍ଦ୍ରକରି ହୋଇଥିବା ହତ୍ୟାକରୀ ପୋଲିସ ନିକଟରେ ପ୍ରକାଶ କରିଛି। ତାସ ଖେଳରେ ହାରିଯ।ଇ ମାତ୍ର ୪୦ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ତାକୁ ସାଇକେଲ ଚେନରେ ମାରୁ ମାରୁ ସେ ମରି ଯାଇଥିଲା।

ମୃତକ ଚେମାର ମର ଶରୀରକୁ ହତ୍ୟାକାରୀ ତାର ସହଯୋଗୀମାନଙ୍କ ସହିତ ନେଇ ମାଟିତଳେ ପୋତିଦେଇଥିଲା। ଅ।ଜି ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମର ସହଯୋଗରେ ଏହି ହତ୍ୟାକାଣ୍ଡର ପର୍ଦ୍ଦଫାଶ କରିଛି। ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ସହଯୋଗୀମାନେ ଖୁବଶିଘ୍ର ଧରାପଡ଼ିବେ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here