ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଏ ନେଇ ବୌଦ୍ଧ ଜିଲ୍ଲା ଏସପି ସୂଚନା ଦେଇଛନ୍ତି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତିଳପଙ୍ଗା ଗାଁର ମଧୁ କହଁର ଗୁଣିଗାରେଡ଼ି କରି ଲୋକଙ୍କ ସମସ୍ୟା ଦୂର କରୁବା ପାଇଁ ପରିଚିତ ଥିଲେ। ବିଭିନ୍ନ ସମସ୍ୟା ନେଇ ଗାଁ ଲୋକ ତାଙ୍କ ପାଖକୁ ଆସୁଥିଲେ। କିଛି ଦିନ ପୂର୍ବରୁ ତିଳପଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ପାଇଁ ମୃତକଙ୍କ ପରିବାର ଲୋକେ ମଧୁ କହଁରଙ୍କୁ ଦାୟୀ କରିଥିଲେ।

ଗତ ନଭେମ୍ବର ୨୯ ତାରିଖରେ ମଧୁ କହଁରଙ୍କୁ ଅପହରଣ କରାଯାଇଥିଲା। ନଭେମ୍ବର ୩୦ ତାରିଖରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଆମ୍ବଝରି ପଞ୍ଚାୟତର ଡିଡ଼ିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲ ନିକଟରୁ ମଧୁଙ୍କ ଗଳାକଟା ଶବ ଜବତ କରିଥିଲା ପୋଲିସ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରିବା ପରେ ତିଳପଙ୍ଗା ଗାଁର ୬ ଜଣ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ ଜଣିବାକୁ ପାଇଥିଲା। ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ପୋଲିସ ଗିରଫ କରିବା ସହ ଅପହରଣରେ ବ୍ୟବହାର କରାଯାଇଥିବା କାରକୁ ଜବତ କରିଛି।

Tags: #Boudh #BoudhPolice #MurderCase #Odisha

LEAVE A REPLY

Please enter your comment!
Please enter your name here