ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଓଡ଼ିଶା ଭବନର ଉଦ୍‌ଘାଟନ କରିବେ। ସନ୍ଧ୍ୟା ୭ ଟାରେ ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନର ଉଦ୍‌ଘାଟନ ହେବ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀଙ୍କ ଉପସ୍ଥିତିରେ ଓଡ଼ିଶା ଭବନର ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଗସ୍ତ କରିବେ।

ପ୍ରାୟ ୨୧.୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଓଡ଼ିଶା ଭବନ। ଛଅ ମହଲା ବିଶିଷ୍ଟ ଭବନରେ ୧୬ଟି ଡବଲ ବେଡରୁମ, ୫ଟି ସିଙ୍ଗଲ ବେଡ ବିଶିଷ୍ଟ ରୁମ ସହ ୩୦୦ ଲୋକ ବସିବା ପରି ଅଡିଟୋରିୟମ ମଧ୍ୟ ନିର୍ମାଣ କରାଯାଇଛି।

ନୂଆଦିଲ୍ଲୀରେ ତିନୋଟି, ମୁମ୍ବାଇ ଓ କଲିକତାରେ ଗୋଟିଏ ଲେଖାଏଁ ଓଡ଼ିଶା ଭବନ ନିର୍ମିତ ହୋଇଥିବାବେଳେ ରାଜ୍ୟ ବାହାରେ ରାଜ୍ୟ ସରକାରଙ୍କର ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ଭବନର ଉଦ୍‌ଘାଟନ କରିସାରିବା ପରେ ବୁଧବାର ଚେନ୍ନାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍‌ ଶୋ’ରେ ମଧ୍ୟ ଯୋଗ ଦେବାର ରହିଛି।

ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାଲାଗି ଏହି ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ।

Comment