ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଜିଲ୍ଲାସ୍ଥିତ ଅପର୍ତ୍ତିବିନ୍ଧା ନ୍ୟୁ କଲେନୀରେ ରହୁଥିବା ଡାକ୍ତର ସସ୍ମିତା ଖିଲାରଙ୍କ ଘରୁ ଚୋରି ହୋଇଛି।

ସୋମବାର ଦିନ ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଚୋରି କରିଛନ୍ତି।

ଦୁର୍ବୃତ୍ତମାନେ ଘରର ଝରକା ଭାଙ୍ଗି ଭିତରକୁ ପଶି ନଗଦ ଟଙ୍କା ସହ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି।

ଏ ନେଇ ମଙ୍ଗଳବାର ଭଦ୍ରକ ଟାଉନ ଥାନାରେ ଡାକ୍ତରାଣୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comment